ସସାଇଣ୍ଟିଫିକ ମିରସିଲେସ ଇଂ କରଣ [PDF]

ସସାଇଣ୍ଟିଫିକ ମିରସିଲେସ ଇଂ କରଣ [PDF]

ପଞ୍ଚମ ଅଧ୍ୟାୟ | ପଞ୍ଚମ ଅଧ୍ୟାୟ କୁଆନର ବୈଜ୍ଞାନିକ ଚମତ୍କାରିତା

ସତ୍ୟ ସବୁ ଯୁଗରେ ସତ୍ୟ । ଦୈବବାଣୀ ସବୁ ସମୟରେ ନିଜର ସତ୍ୟତା ପ୍ରତିପାଦନ କରିଥାଏ । ଏହାକୁ ସାହିତ୍ୟିକ, ତାତ୍ତିକ, ନୈତିକ, ବୈଧାନିକ ବା ବୈଜ୍ଞାନିକ ଯେକୌଣସି ଦୃଷ୍ଟିରୁ ପରୀକ୍ଷା କଲେ ମଧ୍ୟ ଏହା ପ୍ରତ୍ୟେକ ଦୃଷ୍ଟିକୋଣରୁ ସତ୍ୟ ପ୍ରମାଣିତ ହେବ । ବର୍ତ୍ତମାନ ଆଧୁନିକ ବିଜ୍ଞାନର ଯୁଗ । ତେଣୁ ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ କୁର ଆନକୁ ପରୀକ୍ଷା କରାଯାଇପାରେ ।

ବିଜ୍ଞାନ ହେଉଛି କୌଣସି ଘଟଣାର ପ୍ରାକୃତିକ ତଥ୍ୟକୁ ଜାଣିବାପାଇଁ ଅନୁସନ୍ଧାନର ଏକ ଅଧ୍ୟୟନ କ୍ଷେତ୍ର, ଯେଉଁଠି ଅତି ଉଚ୍ଚମାନର ପରୀକ୍ଷା ନିରୀକ୍ଷା ଦ୍ଵାରା କୌଣସି ଘଟଣାର ପ୍ରାକୃତିକ ସତ୍ୟାସତ୍ୟ ନିର୍ଣୟ କରାଯାଏ ।

। ଅନେକ ଲୋକ କୁହନ୍ତି ଯେ, ‘ଧର୍ମ’ ଆଉ ‘ବିଜ୍ଞାନ’ ଉଭୟ ପୃଥକ୍ ପୃଥକ୍ କ୍ଷେତ୍ର । ତେଣୁ ଧର୍ମକୁ ବିଜ୍ଞାନ ସହ ଯୋଡ଼ିବା ଉଚିତ ନୁହେଁ । ସେମାନଙ୍କ ଧାରଣା ଠିକ୍ ନୁହେଁ । ଧର୍ମ ହେଉଛି ମନୁଷ୍ୟ ପାଇଁ ସ୍ରଷ୍ଟାଙ୍କ ଦ୍ଵାରା ନିର୍ଦ୍ଧାରିତ ନିୟମ ଯାହାର ସିଦ୍ଧାନ୍ତ ସଂସାରର ପ୍ରାକୃତିକ ନିୟମ ଅନୁସାରେ ଗଢ଼ାଯାଇଛି । ଦିବ୍ୟଗ୍ରନ୍ଥରେ ସୃଷ୍ଟି ସମ୍ବନ୍ଧରେ ଅନେକ ତଥ୍ୟ ଦିଆଯାଇଥାଏ, ଯାହାର ସତ୍ୟାସତ୍ୟ ବିଜ୍ଞାନ ଦ୍ଵାରା ପରୀକ୍ଷା କରାଯାଇପାରେ ।

ମାତ୍ର ଯେହେତୁ ବିଜ୍ଞାନର ପରିସର ମଧ୍ୟ ସୀମିତ, ଏହା ଦିବ୍ୟଗ୍ରନ୍ଥଗୁଡ଼ିକରେ ଥିବା ପ୍ରତ୍ୟେକ ବିଷୟକୁ ଅନୁସନ୍ଧାନ କରି ଜାଣିପାରିବ ନାହିଁ । ଈଶ୍ବରତତ୍ତ୍ବ, ପୁନର୍ଜୀବନତତ୍ତ୍ବ, ସ୍ଵର୍ଗ ଓ ନର୍କ, ଦେବଦୂତ, ଅଲୌକିକତା ଆଦି ଧର୍ମର ଅନେକ ବିଷୟ ବିଜ୍ଞାନର ପରିସରଭୁକ୍ତ ନୁହେଁ । ବିଜ୍ଞାନ ଏତେ ଉନ୍ନତି କରିନାହିଁ ବା ଏସବୁ ଜାଣିବା ପାଇଁ ଏପର୍ଯ୍ୟନ୍ତ କୌଣସି ଯନ୍ତ୍ରପାତି ଉଭାବନ ହୋଇନାହିଁ ।

କିନ୍ତୁ ଦିବ୍ୟଗ୍ରନ୍ଥର ଯେଉଁ ବିଷୟଗୁଡ଼ିକ ବିଜ୍ଞାନର ପରିସର ମଧ୍ୟରେ ରହିଛି, ସେଗୁଡ଼ିକ ଅବଶ୍ୟ ବିଜ୍ଞାନସମ୍ମତ ହେବା ଉଚିତ । ଯଦି ଦିବ୍ୟଗ୍ରନ୍ଥରେ ବଣ୍ଠିତ ଏହି ତଥ୍ୟଗୁଡ଼ିକ ଆଧୁନିକ ବିଜ୍ଞାନ ଦ୍ଵାରା ପ୍ରମାଣିତ କୌଣସି ସତ୍ୟର ପରିପନ୍ଥୀ ହୁଏ, ତେବେ ତାହା ବ୍ରହ୍ମାବାଣୀ ନୁହେଁ, ବରଂ ‘ମାନବବାଣୀ’ ।

ଉଦାହରଣ ସ୍ଵରୂପ ଯଦି କୌଣସି ଦିବ୍ୟଗ୍ରନ୍ଥରେ ଉଲ୍ଲେଖ ଥାଏ ଯେ ପୃଥିବୀ ସ୍ଥିର ରହିଛି ଏବଂ ସୂର୍ଯ୍ୟ ତା’ ଚାରିପଟେ ବୁଲୁଛି, ତେବେ ଏକଥା ସତ୍ୟ ନୁହେଁ ବୋଲି ବିଜ୍ଞାନ ପ୍ରମାଣିତ କରିସାରିଛି । ତେଣୁ ଏଭଳି ମିଥ୍ୟ ଦିବ୍ୟଗ୍ରନ୍ଥର ଅଂଶ ହୋଇନପାରେ । ତେଣୁ ଧର୍ମକୁ ପରୀକ୍ଷା କରିବାରେ ଅବଶ୍ୟ ବିଜ୍ଞାନ ସାହାଯ୍ୟ କରେ । ଯଦି ଆମେ ବିଜ୍ଞାନକୁ ଧର୍ମରୁ ସମ୍ପୂର୍ଣ୍ଣ ଅଲଗା କରିଦେବା ତେବେ ଅନେକ ମିଥ୍ୟକୁ ଆମକୁ ଧର୍ମ ବୋଲି ମାନିବାକୁ ହେବ । ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ୍ କହିଥିଲେ—”Science without religion is lame and religion without science is blind.”

ଅର୍ଥାତ, ଧର୍ମ ବିନା ବିଜ୍ଞାନ ଛୋଟା ଏବଂ ବିଜ୍ଞାନ ବିନା ଧର୍ମ ଅନ୍ଧ । କିନ୍ତୁ ଯଦି କେହି କହେ ଯେ ଧର୍ମର ସବୁ ତଘ୍ନଗୁଡ଼ିକ ବିଜ୍ଞାନ ଦ୍ଵାରା ପ୍ରମାଣିତ ହେବା ଦରକାର, ତେବେ ସେ ନିଶ୍ଚୟ ଭୁଲ କରିବ । ଉଦାହରଣସ୍ୱରୂପ ଯଦି ସେ ସ୍ଵର୍ଗ ବା ନର୍କର ବୈଜ୍ଞାନିକ ପ୍ରମାଣ ଖୋଜେ, ତେବେ ଏହା ସମ୍ଭବ ନୁହେଁ । କାରଣ ଏଗୁଡ଼ିକ ଏକ ଅଦୃଶ୍ୟ ଜଗତର ଅଂଶ ଯାହାକି ବିଜ୍ଞାନର ପରିସରଭୁକ୍ତ ନୁହେଁ । ଏଗୁଡ଼ିକୁ ନ ଦେଖି ଦୈବବାଣୀ ବଳରେ ବିଶ୍ବାସ କରିବା ହିଁ ଧର୍ମ ।

ସୁତରାଂ ଏହାର ସରଳ ଉପାୟ ହେଉଛି ଯେ ଗ୍ରନ୍ଥଟି କାହାର, କେବଳ ଏତିକି ଅନୁସନ୍ଧାନ କରାଯାଉ । ତାର ପ୍ରତ୍ୟେକ ବାଣୀର ରହସ୍ୟ ଭେଦ କରିବା ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ । ପ୍ରେସ୍‌କ୍ରିପ୍ରସଟି ଡାକ୍ତରଙ୍କର କି ନୁହେଁ, ତାହା ପରୀକ୍ଷା କରିବା ସହଜ, କିନ୍ତୁ ସେଥିରେ ଲେଖାଯାଇଥିବା ପ୍ରତ୍ୟେକ କଥାକୁ ପରୀକ୍ଷା କରିବା ସହଜ ନୁହେଁ । କୌଣସି ଆଦେଶନାମାଟି ରାଜାଙ୍କର କି ନୁହେଁ, ତାହା ଅବଶ୍ୟ ପରୀକ୍ଷା କରାଯାଇପାରେ । ଯଦି ଏହା ରାଜାଙ୍କର ଆଦେଶ ବୋଲି ପ୍ରମାଣିତ ହୋଇଯାଏ, ତେବେ ଆଦେଶନାମାରେ ଥିବା ପ୍ରତ୍ୟେକ ଆଦେଶ ବା ଉପଦେଶକୁ ପୃଥକ୍ ପୃଥକ୍ ପରୀକ୍ଷା କରିବାର ଅବଶ୍ୟକତା ନାହିଁ । ଏହା ସମ୍ଭବ ମଧ୍ୟ ନୁହେଁ ।

କୁରିଆନ, ଯାହାକୁ ମୁସଲମାନମାନେ ବ୍ରହ୍ମାବାଣୀ ବୋଲି ବିଶ୍ବାସ କରନ୍ତି, ଏକ ଚମତ୍କାର ଗ୍ରନ୍ଥ । ସପ୍ତମ ଶତାବ୍ଦୀର ଏହି ଗ୍ରନ୍ଥଟିରେ ଏଭଳି ତଥ୍ୟମାନ ରହିଛି, ଯାହା ଏବେ ନିକଟରେ ବିଜ୍ଞାନ ଆବିଷ୍କାର କରିଛି । ସପ୍ତମ ଶତାବ୍ଦୀର କୌଣସି ବ୍ୟକ୍ତି ପକ୍ଷରେ ଏଭଳି ନିର୍ଭୁଲ ବୈଜ୍ଞାନିକ ତଥ୍ୟ ଦେବା ଆଦୌ ସମ୍ଭବପର ନୁହେଁ । ନିମ୍ନରେ ମୁଁ କେତୋଟି ଉଦାହରଣ ପ୍ରସ୍ତୁତ କରୁଛି ।

ବ୍ରହ୍ମାଣ୍ଡର ଉତ୍ପଭି

ନକ୍ଷତ୍ରପୁଞ୍ଜର ସୃଷ୍ଟି ପୂର୍ବରୁ ସମଗ୍ର ବ୍ରହ୍ମାଣ୍ଡ ଏକ ଧୂଆଁ ଭଳି ଗ୍ୟାସୀୟ ପିଣ୍ଡ (Nabula) ଥିଲା । ଏହା ଏକ ପ୍ରସିଦ୍ଧ ବୈଜ୍ଞାନିକ ମତ । ପରେ ଏହି ଗ୍ୟାସୀୟ ପିଣ୍ଡଟି ଫାଟିଯାଇ ଏକ ବିରାଟ ବିଭୋରଣ ହୋଇଥିଲା ଯାହାକୁ Bigbang କୁହାଯାଏ । ଏହି ବି ସ୍ତୋରଣ ଫଳରେ ନକ୍ଷତ୍ର ପୁଞ୍ଜା (Galaxies) ଗୁଡ଼ିକର ସୃଷ୍ଟି ହେଲା ଏବଂ ଏହି ନକ୍ଷତ୍ରପୁଞ୍ଜଗୁଡ଼ିକରୁ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ରଗୁଡ଼ିକର ସୃଷ୍ଟି ।

ସସାଇଣ୍ଟିଫିକ-ମିରସିଲେସ-ଇଂ-କରଣ-1

ବ୍ରହ୍ମାଣ୍ଡର ଉତ୍ପତ୍ତି ବିଷୟରେ ଏହା ବିଜ୍ଞାନର ଏକ ସଦ୍ୟତମ ଆବିଷ୍କାର । କିନ୍ତୁ ଏକଥା ଚଉଦଶହ ବର୍ଷ ପୂର୍ବେ କୁରିଆନ ସ୍ପଷ୍ଟ ଶବ୍ଦରେ କହିଛି।

‘‘ତା’ପରେ ସେ ( ଈଶ୍ଵର) ଆକାଶ ପ୍ରତି ଧ୍ୟାନ ଦେଲେ ଯାହା ସେତେବେଳେ ଧୂଆଁ (ପରି) ଥିଲା । ” (କୁଆନ, ୪୧ : ୧୧)

ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା ଏବଂ ନକ୍ଷତ୍ରପୁଞ୍ଜ ଆଦି ସମସ୍ତେ ଏହି ଗ୍ୟାସୀୟପିଣ୍ଡରୁ ସୃଷ୍ଟି ହୋଇଛନ୍ତି, ଯାହାକୁ କୁରିଆନ ଧୂଆଁ’ ବୋଲି କହୁଛି । ସବୁଗୁଡ଼ିକ ମିଶି ପ୍ରଥମେ ଗୋଟିଏ ସୃଷ୍ଟି ଥିଲା ଏବଂ ଈଶ୍ବର ସେଗୁଡ଼ିକୁ ଅଲଗା ଅଲଗା କରିଦେଲେ ବୋଲି ବର୍ଣ୍ଣନା କରି କୁରିଆନ କହିଛି।

‘‘କ’ଣ ଅବିଶ୍ୱାସ କରୁଥିବା ଲୋକମାନେ ଲକ୍ଷ୍ୟ କରି ନାହାନ୍ତି ଯେ, ଉଭୟ ଆକାଶ ଓ ପୃଥିବୀ ପରସ୍ପର ସଂଯୁକ୍ତ ହୋଇ (ଗୋଟିଏ ସୃଷ୍ଟି ରୂପେ) ରହିଥିଲା; ପୁଣି ଆମେ ସେଗୁଡ଼ିକୁ ପୃଥକ୍ କରିଦେଲୁ ?” (କୁଆନ, ୨୧ : ୩୦)

ପ୍ରଫେସର ଆଲ୍ ଫ୍ ଡ କ୍ରେନର ଜର୍ମାନୀରେ ଥିବା ମେଞ୍ଜ ବିଶ୍ବବିଦ୍ୟାଳୟର ବିଖ୍ୟାତ ଭୂବିଜ୍ଞାନୀ । ସେ କୁରିଆନରେ ଥିବା ଏହି ବିସ୍ମୟକର ତଥ୍ୟ ବିଷୟରେ ମତଦେଇ କହିଛନ୍ତି ।

‘‘ଯେଉଁ ପରିବେଶରୁ ମୁହମ୍ମଦ ଆସିଛନ୍ତି… ମୁଁ ଭାବୁଛି ଏହା ସମ୍ପୂର୍ଣ ଅସମ୍ଭବ ଯେ ବ୍ରହ୍ମାଣ୍ଡର ଗୋଟିଏ ଉତ୍ସ ଥିବାଭଳି ବିଷୟରେ ସେ ଜାଣିଥିବେ । କାରଣ ବୈଜ୍ଞାନିକମାନେ ବିଗତ କିଛିବର୍ଷ ପୂର୍ବେ ଅତି ଜଟିଳ ଏବଂ ଉନ୍ନତ ଯାନ୍ତ୍ରିକ କୌଶଳ ପ୍ରୟୋଗ କରି ଏହି ଘଟଣା ସମ୍ପର୍କରେ ଜାଣିଛନ୍ତି । ଚଉଦଶହ ବର୍ଷ ତଳର ଜଣେ ଲୋକ ଯିଏ ନ୍ୟୁକ୍ଲିୟାର ପଦାର୍ଥବିଜ୍ଞାନ ବିଷୟରେ କିଛି ଜାଣେନାହିଁ, ମୋ ମତରେ ତା’ ମନରୁ ପୃଥିବୀ ଓ ଆକାଶର ଏକା ଉତ୍ସ ବା ସେଇ ଧରଣର ଅନେକ ପ୍ରଶ୍ନ ବିଷୟରେ ଯାହା ଆମେ ଏଠାରେ ଆଲୋଚନା । କଲୁ, ଜାଣିବାକୁ ସମର୍ଥ ହେବନାହି ।’)

ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସପ୍ତମ ଶତାବ୍ଦୀରେ ମାନବଜଗତ ଏ ବିଷୟ ରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲା । ପୁଣି ମହାମାନ୍ୟ ମୁହମ୍ମଦ କେଉଁ ସୂତ୍ରରୁ ଏହା ଜାଣିଲେ ?

ପୃଥ୍ବୀ ଗୋଲାକାର

ପୂର୍ବେ ବିଶ୍ବାସ କରାଯାଉଥିଲା ଯେ ପୃଥିବୀ ସମତଳ । କିନ୍ତୁ ବିଜ୍ଞାନ ଦ୍ୱାରା ଆମେ ଜାଣିଲୁ ଯେ ପୃଥିବୀ ଗୋଲ । ଅବଶ୍ୟ ଏହା ସମ୍ପୂର୍ଣ୍ଣ ଗୋଲାକାର ନୁହେଁ, ବରଂ କିଛିଟା ଅଣ୍ଡାକୃତିର । ୧୫୯୭ ମସିହାରେ ସାର୍ ଫ୍ରାନ୍ସିସ୍ ବ୍ରେକ୍ ଏହା ପ୍ରମାଣ କଲେ, ପୃଥିବୀ ସମତଳ ନୁହେଁ, ବରଂ ଗୋଲାକାର । ସପ୍ତମ ଶତାବ୍ଦୀର ପ୍ରାରମ୍ଭରେ କୁରିଆନ ଏହାର ସୂଚନା ଦେଇ କହିଛି –

‘‘ତୁମ୍ଭେମାନେ କ’ଣ ଲକ୍ଷ୍ୟ କରୁନାହିଁ ଯେ ଅଲ୍ଲାହ ରାତ୍ରିକୁ ଦିନ ମଧ୍ୟରେ ଏବଂ ଦିନକୁ ରାତି ମଧ୍ୟରେ ପ୍ରବେଶ କରାନ୍ତି ?” (କୁଆନ, ୩୧ : ୨୯)

ସସାଇଣ୍ଟିଫିକ-ମିରସିଲେସ-ଇଂ-କରଣ-2

ଦିନ ବା ରାତି ହଠାତ୍ ହୋଇଯାଏ ନାହିଁ । ରାତି ଧୀରେ ଧୀରେ ଦିନରେ ଏବଂ ଦିନ ଧୀରେ ଧୀରେ ରାତିରେ ପରିବର୍ତ୍ତନ ହୁଏ । ପୃଥିବୀ ଗୋଲାକାର ହେଲେ ହିଁ ଏପରି ସମ୍ଭବ । ଯଦି ପୃଥିବୀ ସମତଳ ହୋଇଥାନ୍ତା,

ତେବେ ଦିନ ଓ ରାତିର ପରିବର୍ତ୍ତନ ଏକବାରେ ହଠାତ୍ ହୋଇଯାଆନ୍ତା । ଆଉ ସକାଳ ବା ସନ୍ଧ୍ୟା ଦେଖିବାକୁ ମିଳନ୍ତା ନାହିଁ । କୁରିଆନ ଅନ୍ୟ ଏକ ସ୍ଥାନରେ ଏହାକୁ ସ୍ପଷ୍ଟ କରି କହିଛି –

‘‘ସେ ଆକାଶମଣ୍ଡଳ ଓ ପୃଥିବୀକୁ ସତ୍ଯର ସହିତ ସୃଷ୍ଟି କରିଛନ୍ତି । ସେ ରାତିକୁ ଦିନ ଉପରେ ଏବଂ ଦିନକୁ ରାତି ଉପରେ ଗୁଡ଼ାଇ ଦିଅନ୍ତି ।” (କୁରିଆନ, ୩୯:୫)

ସସାଇଣ୍ଟିଫିକ-ମିରସିଲେସ-ଇଂ-କରଣ-3

ପୃଥିବୀ ନିଜ ଅକ୍ଷ ଚାରିପଟେ ୨୪ ଘଣ୍ଟାରେ ଥରେ ଘୂରିଥାଏ । ଏହି ପୂରିବାଦ୍ଵାରା ସୂର୍ଯ୍ୟଆଡ଼କୁ ମୁହଁ କରିଥିବା ଅଞ୍ଚଳଗୁଡ଼ିକରେ ଦିନ ଓ ପଛ କରିଥିବା ଅଞ୍ଚଳରେ ରାତି ହୁଏ । ରାତି ଦିନ ଦ୍ବାରା ବା ଦିନ ରାତି ଦ୍ୱାରା ଗୁଡ଼ାଇ ହେବା କେବଳ ପୃଥିବୀ ଗୋଲାକାର ଥିଲେ ହିଁ ସମ୍ଭବ ।

୧୬୦୦ ଶତାବ୍ଦୀରେ ଆବିଷ୍କୃତ ଏଭଳି ବୈଜ୍ଞାନିକ ତଥ୍ୟ ସମ୍ପର୍କରେ ସପ୍ତମ ଶତାବ୍ଦୀର ଯେଉଁ ଗ୍ରନ୍ଥ ସୂଚନା ଦେଉଛି ତାହା ମାନବରଚନା ହୋଇପାରେ କି ?

ସସାଇଣ୍ଟିଫିକ-ମିରସିଲେସ-ଇଂ-କରଣ-4

ମହାକାଶର କକ୍ଷପଥ

ମହାକାଶରେ ଅସଂଖ୍ୟ କକ୍ଷପଥ (Orbit) ଥିବା କଥା ପୂର୍ବେ ମାନବଜଗତକୁ ଜଣା ନଥିଲା । ଗ୍ରହଗୁଡ଼ିକ ନିଜ ନିଜ କକ୍ଷପଥରେ ବୁଲୁଥିବା ଏବେ ବିଜ୍ଞାନ ଆବିଷ୍କାର କରିଛି । କିନ୍ତୁ କୁରିଆନ ମହାକାଶରେ ଅନେକ କକ୍ଷପଥ ଥିବାର ଖବର ଚଉଦଶହ ବର୍ଷ ପୂର୍ବେ ଦେଇଛି

”ଅନେକ ପଥବିଶିଷ୍ଟ ଆକାଶର ରାଣ ।” (କୁଆନ, ୫୧ : ୭)

ସସାଇଣ୍ଟିଫିକ-ମିରସିଲେସ-ଇଂ-କରଣ-5

ଗ୍ରହଗୁଡ଼ିକ କକ୍ଷପଥରେ ବୁଲୁଛନ୍ତି

ପୂର୍ବେ ଏହା ବିଶ୍ବାସ କରାଯାଉଥିଲା ଯେ, ପୃଥିବୀ ସ୍ଥିର ଏବଂ ସୂର୍ଯ୍ୟ ପୃଥବୀ ଚାରିପଟେ ବୁଲୁଛି । ବିଜ୍ଞାନ ଏବେ ଆବିଷ୍କାର କଲା ଯେ କେବଳ ପୃଥିବୀ ନୁହେଁ, ସୂର୍ଯ୍ୟ, ଚନ୍ଦ୍ର ଓ ସମସ୍ତ ଗ୍ରହଗୁଡ଼ିକ ନିଜ ନିଜର ଅକ୍ଷ ଚାରିପଟେ ବୁଲିବା ସହ ନିଜର କକ୍ଷପଥରେ ମଧ୍ୟ ବିଚରଣ କରୁଛନ୍ତି । ବ୍ରହ୍ମାଣ୍ଡରେ ପ୍ରାୟ ୨୦୦ ତାରକାପୁଞ୍ଜ (Galaxies) ଥିବା କଥା ବିଜ୍ଞାନ କହୁଛି । ପ୍ରତ୍ୟେକ ତାରକାପୁଞ୍ଜରେ ପ୍ରାୟ ୨୦ ୦କୋଟି ନକ୍ଷତ୍ର ଅଛନ୍ତି ଏବଂ ସମସ୍ତେ ନିଜ ନିଜର ନିର୍ଦ୍ଧାରିତ କକ୍ଷପଥରେ ବୁଲୁଛନ୍ତି । ମହାକାଶ ବିଷୟରେ ଏହି ବୈଜ୍ଞାନିକ ତଥ୍ୟର ଖବର କୁରିଆନ ସପ୍ତମ ଶତାବ୍ଦୀରେ ଦେଇ କହୁଛି –

‘‘ସୂର୍ଯ୍ୟର ସାଧ୍ୟ ନାହିଁ ଯେ ସେ ଚନ୍ଦ୍ରକୁ ଯାଇ ଧରି ପକାଇବା କିମ୍ବା ରାତି ଦିନକୁ ଅତିକ୍ରମ କରିଯିବ ଏବଂ ସମସ୍ତେ ନିଜ ନିଜର) ନିର୍ଦ୍ଦିଷ୍ଟ କକ୍ଷରେ ଭ୍ରମଣ କରୁଛନ୍ତି ।” (କୁଆନ, ୩୬ : ୪୦)

ସସାଇଣ୍ଟିଫିକ-ମିରସିଲେସ-ଇଂ-କରଣ-6

ଅନ୍ୟ ଏକ ସ୍ଥାନରେ କହିଛି

‘‘ଏବଂ ସେ ରାତି ଓ ଦିନ ଏବଂ ସୂର୍ଯ୍ୟ ଓ ଚନ୍ଦ୍ରକୁ ସୃଷ୍ଟି କରିଛନ୍ତି । ସମସ୍ତେ (ଗ୍ରହନକ୍ଷତ୍ର) ନିଜ ନିଜର ନିର୍ଦ୍ଦିଷ୍ଟ କକ୍ଷରେ ଭାସୁଛନ୍ତି ।” (କୁରିଆନ, ୨୧ : ୩୩)

ମହାମାନ୍ୟ ମୁହମ୍ମଦଙ୍କ ଭଳି ଜଣେ ନିରକ୍ଷର ବ୍ୟକ୍ତିଙ୍କ ପକ୍ଷରେ ମହାକାଶରେ ଥିବା କକ୍ଷପଥ ଏବଂ ଗ୍ରହ ନକ୍ଷତ୍ରଗୁଡ଼ିକର ଗତିବିଧ ସମ୍ପର୍କରେ ସଠିକ୍ ରୂପେ ଜାଣିବା ଆଦିଷ୍ଟବାଣୀ ବିନା ସମ୍ଭବ କି ?

ସପ୍ତ ଆକାଶମଣ୍ଡଳ

ପୃଥିବୀପୃଷ୍ଠ ଉପରେ ଆକାଶର ସାତୋଟି ସ୍ତର ଥିବା ଆଧୁନିକ ବିଜ୍ଞାନର ଏକ ସଦ୍ୟତମ ଆବିଷ୍କାର । ବୈଜ୍ଞାନିକମାନେ କୁହନ୍ତି ଯେ, ଭୂମଣ୍ଡଳ ଉପରେ ଗୋଟିଗୋଟି କରି ସାତୋଟି ସ୍ତର ରହିଛି ।(2) ସେଗୁଡ଼ିକ ହେଲା –

(2) “Scientists have found that the atmosphere consists of several layers. The layers differ in such physical properties as pressure and the types of gasses. The layer of the atmosphere closest to Earth is called the TROPOSPHERE. It contains about 90% of the total mass of the atmosphere. The layer above the troposphere is called the STRATOSPHERE. The OZONE LAYER is the part of the stratosphere where absorption of ultraviolet rays occurs. The layer above the stratosphere is called the MESOSPHERE. The THERMOSPHERE lies above the mesosphere. The ionized gases form a layer within the thermosphere called the IONOSPHERE. The outermost part of Earth’s atmosphere extends from about 480 km out to 960 km. This part is called the EXOSPHERE. (Carolyn Sheets, Robert Gardner, Samuel F. Howe; General Science, Allyn and Bacon Inc. Newton, Massachusetts, 1985, p. 319-322, referred to by Harun Yahya in ‘Miracles of the Qur’an’, Canada, 2000, p.29)

(୧) ଟ୍ରପୋଫିୟର୍ (Troposphere), (୨) ସ୍ମାଟୋଫିୟର୍ (Strato sphere), (୩) ଓଜୋସ୍ପିୟର୍ (Ozonesphere), (୪) ମେସୋଫିୟର୍ (Mesosphere), (୫) ଥର୍ମୋଫିୟର୍ (Thermosphere), (୬) ଆଇନୋସ୍ ଫିୟର୍ (Ionosphere), (୭) ଏ ଜୋଫିୟର୍ (Exosphere)

ସସାଇଣ୍ଟିଫିକ-ମିରସିଲେସ-ଇଂ-କରଣ-7

ଟ୍ରପୋଫିୟର୍ ହେଉଛି ବାୟୁମଣ୍ଡଳର ସବୁଠାରୁ ନିମ୍ନଭାଗ । ଏହା ଭୂପୃଷ୍ଠରୁ ପ୍ରାୟ ୧୩ରୁ ୧୫କି.ମି. ଉପରକୁ ବ୍ୟାପି ରହିଛି । ଏହିଠାରେ ବରଫ ଓ ମେଘ ସୃଷ୍ଟି ହୁଏ । ଏହି ସ୍ତର ଭୂପୃଷ୍ଠରୁ ଉପରକୁ ଯାଉଥିବା ବାଷ୍ପକୁ ଘନିଭୂତ କରି ପୁଣି ବର୍ଷା ରୂପରେ ପୃଥିବୀକୁ ଫେରାଇଦିଏ ।

ଏହାର ଉପରେ ଓଜୋନ୍ ସ୍ତର ରହିଛି ଯାହାକି ସ୍ମାଟୋଫିୟର ଏକ ଅଂଶବିଶେଷ । ଏହି ସ୍ତର ଭୂପୃଷ୍ଠର ପ୍ରାୟ ୧୩ରୁ ୪୦କିଲୋମିଟର ଉର୍ବରେ ଅବସ୍ଥିତ । ଏହା ମହାଶୂନ୍ୟରୁ ଆସୁଥିବା ଅନେକ କ୍ଷତିକାରକ ରଶ୍ମଗୁଡ଼ିକୁ ଅବରୋଧ କରି ପୁଣି ମହାଶୂନ୍ୟକୁ ପଠାଇଦିଏ । ଜୀବଜଗତ ପାଇଁ ଆବଶ୍ୟକ ହେଉଥିବା ଲାଭକାରୀ କିରଣ ଓଜୋନ୍‌ସ୍ତର ଦ୍ଵାରା ଛାଣି ହୋଇ ଭୂପୃଷ୍ଠକୁ । ଆସେ । ଏହା ଉପରେ ଅନ୍ୟ ସ୍ତରଗୁଡ଼ିକ ରହିଛି ।

ସସାଇଣ୍ଟିଫିକ-ମିରସିଲେସ-ଇଂ-କରଣ-8

ପବିତ୍ର କୁରିଆନ ସାତୋଟି ଆକାଶମଣ୍ଡଳ ରହିଥିବା ବିଷୟରେ ବର୍ଣ୍ଣନା କରି କହୁଛି –

‘‘ସେ ହିଁ ତୁମମାନଙ୍କ (ହିତ) ପାଇଁ ପୃଥିବୀରେ ଥିବା ସମସ୍ତ ପଦାର୍ଥ ସୃଷ୍ଟି କଲେ । ତା’ ପରେ ସେ ଆକାଶ ପ୍ରତି ଧାନ ଦେଲେ ଏବଂ ସାତୋଟି ଆକାଶ ଠିକ୍ ରୂପେ ନିର୍ମାଣ କଲେ ଏବଂ ସେ ସବୁ ବିଷୟ ଜାଣନ୍ତି ।” (କୁଆନ, ୨ : ୨୯)

ଅନ୍ୟ ଏକ ସ୍ଥାନରେ ବର୍ଣ୍ଣନା କରାଯାଇଛି

“ଅଲ୍ଲାହ ସେଇ, ଯିଏ ସପ୍ତ ଆକାଶ ସୃଷ୍ଟି କରିଛନ୍ତି ଏବଂ ପୃଥିବୀକୁ ମଧ୍ୟ ତା’ରିସଂଖ୍ୟାନୁଯାୟୀ ଗଢ଼ିଛନ୍ତି । ସେମାନଙ୍କ ମଧ୍ୟରେ ତାଙ୍କର ଆଦେଶ ଅବତ୍ତୀର୍ଣ ହେଉଥାଏ, ଯେପରିକି ତୁମ୍ଭେମାନେ ଜାଣିବ ଯେ ଅଲ୍ଲାହ ପ୍ରତ୍ୟେକ ବସ୍ତୁ ଉପରେ କ୍ଷମତାଶାଳୀ ଏବଂ ଅଲ୍ଲାହ ପ୍ରତ୍ୟେକ ବସ୍ତୁକୁ ନିଜ ଜ୍ଞାନଦ୍ଵାରା ଘେରି ରଖିଛନ୍ତି । ” (କୁରିଆନ, ୬୫ : ୧୨)

ଆକାଶ ଏକ ସୁରକ୍ଷା ପ୍ରଦାନକାରୀ ଛାତ

ଘରର ଛାତ ଆମକୁ ଖରା ବର୍ଷା ଆଦିରୁ ସୁରକ୍ଷା ଦିଏ; କିନ୍ତୁ ଆକାଶ ଯେ ସୁରକ୍ଷା ଦିଏ ଏହା ମଣିଷ ଜାଣି ନଥିଲା । ଏହି ସତ୍ୟକୁ ବିଜ୍ଞାନ ବିଂଶ ଶତାବ୍ଦୀରେ ଆବିଷ୍କାର କଲା ଯେ ଭୂପୃଷ୍ଠର ଉପରିସ୍ତ ବାତାବରଣରେ ଏକ ସୁସଙ୍ଗଠିତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟ କରୁଛି ଯାହା ପୃଥିବୀକୁ ଅନେକ ବିପଦରୁ ରକ୍ଷା କରୁଛି । କୁରିଆନ ଆକାଶକୁ ଏକ ‘ସୁରକ୍ଷା ପ୍ରଦାନକାରୀ ଛାତ’ ବୋଲି କହିଛି।

“ଏବଂ ଆସ୍ତେ ଆକାଶକୁ ଏକ ସୁରକ୍ଷିତ ଛାତ ରୂପେ ନିର୍ମାଣ କରିଅଛୁ ତଥାପି ସେମାନେ ଏହି ନିଦର୍ଶନଗୁଡ଼ିକ ପ୍ରତି ବିମୁଖ ହେଉଛନ୍ତି ।” (କୁଆନ, ୨୧ : ୩୨)

୧୪୦୦ ବର୍ଷ ପୂର୍ବେ ଯେଉଁମାନେ କୁରିଆନରେ ଆକାଶଦ୍ୱାରା ସୁରକ୍ଷା ଦେବାକଥା ପଢୁଥିବେ ସେମାନେ ଏହାର ଅର୍ଥ କିଛି ବୁଝିପାରୁ ନଥିବେ କାରଣ ଆକାଶ ଆମ ପୃଥିବୀକୁ କିପରି ସୁରକ୍ଷା ପ୍ରଦାନ କରେ ତାହା କେବଳ ବିଂଶ ଶତାବ୍ଦୀର ବୈଜ୍ଞାନିକ ଆବିଷ୍କାର । ବିଜ୍ଞାନ ଆମକୁ ଏହି ବାକ୍ୟଟିର ମର୍ମ ଭଲରୂପେ ବୁଝାଇଦେଇଛି ।

ପ୍ରଥମତଃ ଉଭିଦଗୁଡ଼ିକର ଫଟୋସିଥେସିସ୍ ପ୍ରକ୍ରିୟା ପାଇଁ ଆବଶ୍ୟକ ହେଉଥିବା ଅଲଟ୍ରା ଭାଇଓଲେଟ୍ ରଶ୍ମୀ ସୂର୍ଯ୍ୟଠାରୁ ଓଜୋନ୍‌ସ୍ତର ଦ୍ୱାରା ଛାଣିହୋଇ ଭୂପୃଷ୍ଠକୁ ଆସେ । ଓଜୋସ୍ତର ଉଭିଦ ଓ ଜୀବଜଗତ ପ୍ରତି କ୍ଷତିକାରକ କିରଣକୁ ଭୂପୃଷ୍ଠକୁ ଆସିବାକୁ ଦିଏନାହିଁ, ବରଂ ଏହାକୁ ବାଧାଦେଇ ପୁଣି ଉପରକୁ ପଠାଇଦିଏ ।

ଦ୍ବିତୀୟତଃ, ମହାକାଶରେ ଅସଂଖ୍ୟା ବୃହତ୍ତାକାର ଶିଳାଖଣ୍ଡ (Meteors) ବା ଉଲ୍‌କା ଭାସୁଛନ୍ତି ଯେଉଁମାନଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୁଏ । ଏହା ଫଳରେ ସେଗୁଡ଼ିକ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିଦ୍ଵାରା ଆକର୍ଷିତ ହୋଇ ଦ୍ରୁତଗତିରେ ପୃଥିବୀ ଆଡ଼କୁ ଆସନ୍ତି, ଯାହାକି ଆମ ପୃଥବୀପାଇଁ ଅତ୍ୟନ୍ତ ବିପଜନକ । କିନ୍ତୁ ଏହି ଶିଳାଖଣ୍ଡଗୁଡ଼ିକ ପୃଥିବୀରେ ପହଞ୍ଚିବା ପୂର୍ବରୁ ବାୟୁ ମଣ୍ଡଳର ଘର୍ଷଣଦ୍ଵାରା ନଷ୍ଟ ହୋଇଯାଆନ୍ତି । ଯଦି ଭୂପୃଷ୍ଠ ଉପରେ ବାୟୁ ମଣ୍ଡଳ ନଥାଆନ୍ତା, ତେବେ ଏହି ବିଶାଳକାୟ ଉଲକାଖଣ୍ଡଗୁଡ଼ିକ ପୃଥିବୀପୃଷ୍ଠରେ ପଡ଼ନ୍ତା ।

। ତୃତୀୟତଃ, ଉପରିସ୍ଥ ବାୟୁମଣ୍ଡଳ ସୂର୍ଯ୍ୟଠାରୁ ଆସୁଥିବା ଉଭାପକୁ ନିୟନ୍ତ୍ରଣ କରି ଭୂପୃଷ୍ଠକୁ ଛାଡ଼େ । ଯଦି ପୃଥିବୀକୁ ଏହି ବାୟୁମଣ୍ଡଳ ସ୍ତର ଘେରିହୋଇ ରହି ନଥାଆନ୍ତା, ତେବେ ସୂର୍ଯ୍ୟର ତେଜସ୍ତ୍ରୀ କିରଣ ସବୁକିଛି ପୋଡ଼ି ପାଉଁଶ କରିଦିଅନ୍ତୁ । ତେଣୁ ଆକାଶ ଆମ ପୃଥବୀ ପାଇଁ ଏକ ସୁରକ୍ଷା କବଚ ପରି କାର୍ଯ୍ୟ କରୁଛି, ଯାହାକୁ କୁରିଆନ ‘ସୁରକ୍ଷା ପ୍ରଦାନକାରୀ ଛାତ’ ରୂପେ ବର୍ଣ୍ଣନା କରିଛି ।

ସସାଇଣ୍ଟିଫିକ-ମିରସିଲେସ-ଇଂ-କରଣ-9

ଓଜୋନ୍ ସ୍ତର ୧୯୧୩ ଖ୍ରୀଷ୍ଟାବ୍ଦରେ ଫରାସୀ ବୈଜ୍ଞାନିକ Charles Fabry ଏବଂ Henri Buissonଙ୍କ ଦ୍ଵାରା ଆବିଷ୍କୃତ ହେଲା (ୱିକିପିଡ଼ିଆ) । ପ୍ରଶ୍ନ ଉଠୁଛି ଯେ, ଏକଥା ମହାମାନ୍ୟ ମୁହମ୍ମଦ ସପ୍ତମ ଶତାବ୍ଦୀରେ କିପରି ଜାଣିଲେ ? ଏହା କେବଳ ସ୍ରଷ୍ଟା ହିଁ କହିପାରିବେ । ତେଣୁ କୁରିଆନ ମହାମାନ୍ୟ ମୁହମ୍ମଦଙ୍କ ଦ୍ବାରା ଲେଖାଯାଇଛି ବୋଲି କହିବା ଏକ ମସ୍ତବଡ଼ ଭୁଲ ନୁହେଁ କି ?

ପାହାଡ଼ଗୁଡ଼ିକ ଭୂପୃଷ୍ଠ ଉପରେ କୀଳା

ଭୂତତ୍ତ୍ୱବିଦ୍‌ମାନେ କୁହନ୍ତି ଯେ ପୃଥିବୀର ବ୍ୟାସାର୍ବ ପ୍ରାୟ ୩୭୫୦ ମାଇଲ । ଏହାର ଉପରସ୍ତର ଯେଉଁଥିରେ ମଣିଷ ବସବାସ କରେ, କଠିନ ଶିଳାମୟ, ଯାହା ୬କି.ମି.ରୁ ୭୦ କି.ମି. ପର୍ଯ୍ୟନ୍ତ ଗଭୀର । ଏହାକୁ Crust କୁହାଯାଏ । ଏହାର ନିମ୍ନ ସ୍ତରଗୁଡ଼ିକ କିନ୍ତୁ ଅତି ଉତ୍ତପ୍ତ ତରଳ ଲାଭା । ଉପରସ୍ତର ପତଳା ହୋଇଥିବାରୁ ପୃଥିବୀ ହଲିବାର ସମ୍ଭାବନା ଥାଏ । ପାହାଡ଼ ପର୍ବତଗୁଡ଼ିକ ପୃଥିବୀପୃଷ୍ଠକୁ ସ୍ଥିର ରଖନ୍ତି । ଏଗୁଡ଼ିକର ମୂଳ ମାଇଲ ମାଇଲ ଗଭୀରକୁ ଯାଇଛି ଏବଂ ଭୂପୃଷ୍ଠରେ ଖିଲ ବା କୀଳା ପରି କାର୍ଯ୍ୟ କରୁଛି, ଯାହାଫଳରେ ପୃଥିବୀ ହଲଚଲ ନ ହୋଇ ସ୍ଥିର ରହେ । ପର୍ବତଶୃଙ୍ଗଳା (Mountain ranges) ଗୁଡ଼ିକର ପ୍ରସୁ ୧୦-୧୦୦ କି.ମି. ଏବଂ ଦୈର୍ଘ୍ୟ ୧୦୦୦ କି.ମି. ପର୍ଯ୍ୟନ୍ତ ବ୍ୟାପିଥାଏ ।

ଭୂତତ୍ତ୍ୱର ଏକ ପାଠ୍ୟପୁସ୍ତକ “Earth” ବିଶ୍ୱର ଅନେକ ବିଶ୍ୱବିଦ୍ୟାଳୟରେ ପଢ଼ାଯାଏ । ଏହାର ଦୁଇଜଣ ଲେଖକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଫ୍ରାଙ୍କୁ ପ୍ରେସ୍ ଯିଏ ବାରବର୍ଷ ଆମେରିକା ସାଇନ୍ସ ଏକାଡେମୀର ଅଧ୍ୟକ୍ଷ ରହିଥିଲେ ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟଙ୍କ ବୈଜ୍ଞାନିକ ପରାମର୍ଶଦାତା ଥିଲେ । ଏହି ପୁସ୍ତକରେ ପାହାଡ଼ର ଚେର ଭୂପୃଷ୍ଠ ଭିତରକୁ ଗଭୀର ପର୍ଯ୍ୟନ୍ତ ଲମ୍ବିଥିବାର କହିଛନ୍ତି । ସେ ମତ ଦିଅନ୍ତି ଯେ, ଭୂପୃଷ୍ଠର ଉପରିଭାଗକୁ ସ୍ଥିର ରଖିବାରେ ପାହାଡ଼ଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । (“Earth”, Press and Siever, p. 453.)

ନିମ୍ନ ଚିତ୍ରଗୁଡ଼ିକ ଏହାକୁ ବୁଝିବାରେ ସାହାଯ୍ୟ କରିବ ।

ସସାଇଣ୍ଟିଫିକ-ମିରସିଲେସ-ଇଂ-କରଣ-10

ସସାଇଣ୍ଟିଫିକ-ମିରସିଲେସ-ଇଂ-କରଣ-11

କୁରିଆନ ମନୁଷ୍ୟକୁ ଏହି ତଥ୍ୟର ଖବରଦେଇ କହୁଛି – ‘କ’ଣ ଆମେ ଭୂପୃଷ୍ଠକୁ ଏକ (ସମତଳ) ଶଯ୍ୟା ରୂପେ ଗଢ଼ିନାହୁଁ ଏବଂ ପର୍ବତଗୁଡ଼ିକୁ କୀଳା ରୂପେ (ପୋତି ନାହୁଁ ? ” (କୁଆନ, ୭୮:୬-୭)

ପାହାଡ଼ଗୁଡ଼ିକ ଯେ ତଳକୁ ଅନେକ ମାଇଲ ଗଭୀରକୁ ଯାଇଛି, ଏହା ୧୮୬୫ ମସିହାରେ Royal Siv George Airyଙ୍କ ଦ୍ଵାରା ଆବିଷ୍କୃତ ହେଲା ।

କୁରିଆନ ସ୍ପଷ୍ଟ କହୁଛି ଯେ, ପୃଥିବୀକୁ ସ୍ଥିର ରଖୁବା ପାହାଡ଼ଗୁଡ଼ିକର କାର୍ଯ୍ୟ

“ଏବଂ ଆମେ ଭୂପୃଷ୍ଠରେ ସୁଦୃଢ଼ ପର୍ବତମାନ ସ୍ଥାପିତ କରିଅଛୁ ଯେପରିକି ଏହା ସେମାନଙ୍କୁ ନେଇ ହଲି ନଯାଏ ।” (କୁରିଆନ, ୨୧ : ୩୧)

ଚଉଦଶହ ବର୍ଷ ପୂର୍ବେ ପାହାଡ଼ ପର୍ବତଗୁଡ଼ିକର କାର୍ଯ୍ୟ ସମ୍ପର୍କରେ ମହାମାନ୍ୟ ମୁହମ୍ମଦ କେଉଁ ସୂତ୍ରରୁ ଜାଣିଲେ ?

ସମୁଦ୍ର ଗର୍ଭରେ ଅଦୃଶ୍ୟ ଅନ୍ତରାୟ

। ଆଧୁନିକ ବିଜ୍ଞାନର ଏକ ନୂତନ ଆବିଷ୍କାର ହେଉଛି ଯେ, ଦୁଇଟି ସମୁଦ୍ର ପରସ୍ପର ସହ ମିଶନ୍ତି; କିନ୍ତୁ ସେମାନଙ୍କ ମିଶିବା ସ୍ଥାନରେ ଗୋଟିଏ ପ୍ରତିବନ୍ଧକ ଅଛି । ଏହି ପ୍ରତିବନ୍ଧକ ଯୋଗୁଁ ଉଭୟ ସମୁଦ୍ର ନିଜ ନିଜର ଉତ୍ତାପ, ସାନ୍ଦ୍ରତା ଓ ଲବଣତା ବଜାୟ ରଖନ୍ତି ।4) ପରସ୍ପର ମଧ୍ୟରେ ମିଶିଯିବା ସଙ୍ଗେ ସେମାନଙ୍କର ଗୁଣ ବଦଳେ ନାହିଁ । ଉଦାହରଣ ସ୍ଵରୂପ, ଭୂମଧ୍ୟ ସାଗରର ଜଳ ଉଷ୍ମ ଓ ଲବଣାକ୍ତ ଏବଂ ଏହାର ସାନ୍ଦ୍ରତା ୩୬% ଥିବାବେଳେ ଆଟଲାଣ୍ଟିକ୍ ମହାସାଗରର ଉଷ୍ମତା ଓ ଲବଣତା ଅଧୁକ ଏବଂ ଏହାର ସାନ୍ଦ୍ରତା ୩୬.୫% । ଯେତେବେଳେ ଭୂମଧ୍ୟ ସାଗରୀୟ ଜଳ ଜିବ୍ରାଲଟର ମଧଦେଇ ଆଟଲାଣ୍ଟିକ୍ ମହାସାଗରରେ ପ୍ରବେଶ କରେ, ତାହା ନିଜର ଉଷ୍ମତା, ସାନ୍ଦ୍ରତା ଓ ଲବଣତା ସହ ଆଟଲାଣ୍ଟିକର ଶହ ଶହ କିଲୋମିଟର ଦୂର ପର୍ଯ୍ୟନ୍ତ ଚାଲିଯାଏ ।

ଯଦିଓ ଉଭୟ ସମୁଦ୍ର ପରସ୍କାର ସମ୍ପୂର୍ଣ୍ଣ ମିଶିଯାଇଥିବା ଦେଖାଯାଆନ୍ତି ଏବଂ ସମଜାତୀୟ ପ୍ରତୀତ ହୁଅନ୍ତି, ତଥାପି ଗୋଟିଏ ଅଦୃଶ୍ୟ ପ୍ରତିବନ୍ଧକ ଦୁହିଙ୍କ ଜଳକୁ ସମୁଦ୍ର ଭିତରେ ମିଶିବାକୁ ଦିଏନାହିଁ ।

image-1

ପବିତ୍ର କୁରିଆନ ସମୁଦ୍ର ମଧ୍ୟରେ ଥିବା ଏହି ଅଦୃଶ୍ୟ ପ୍ରତିବନ୍ଧକ କଥା ବର୍ଣନା କରି କହିଛି –

(4) Davis, Richard A., Jr. 1972, Principles of Oceanography, Don Mills, Ontario, Addison-Wesley Publishing, p. 92-93.

“ସେ ଦୁଇଟି ସମୁଦ୍ରକୁ ଏପରି ଭାବେ ପ୍ରବାହିତ କରିଛନ୍ତି ଯେ, ସେମାନେ ପରସ୍ପର ସହ ମିଶିଯାଆନ୍ତି, କିନ୍ତୁ) ସେମାନଙ୍କ ମଝିରେ ଗୋଟିଏ ପ୍ରତିବନ୍ଧକ ରହିଛି ଯାହାକୁ ସେମାନେ ଉଲ୍ଲଙ୍ଘନ କରନ୍ତି ନାହିଁ ।” (କୁରିଆନ, ୫୫ : ୧୯-୨୦)

ଏହି ତଥ୍ୟ ଜଳର ଉତ୍ତାପ, ସାନ୍ଦ୍ରତା ଓ ଲବଣତା ଆଦି ମାପିବାପାଇଁ ଉନ୍ନତମାନର ଯନ୍ତ୍ରପାତିର ଉଭାବନ ପରେ ଆବିଷ୍କାର ହେଲା । ନହେଲେ ଉଭୟ ସମୁଦ୍ରର ମିଳନ ସ୍ଥଳରେ ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ପାର୍ଥକ୍ୟ ଅଛି ବୋଲି ଆଖିକୁ ଦେଖାଯାଏ ନାହିଁ ।

ଏହି ତଥ୍ୟକୁ ବିଶିଷ୍ଟ ସମୁଦ୍ରବିଜ୍ଞାନୀ ଏବଂ ଆମେରିକାର କଲରାଡୋ ବିଶ୍ବବିଦ୍ୟାଳୟର ଭୂତତ୍ତ୍ବବିଜ୍ଞାନର ଅଧ୍ୟାପକ ଡକ୍ଟର ଉଇଲିୟମ୍ ହେ (Dr: William Hey) ମଧ୍ୟ ସମର୍ଥନ କରିଛନ୍ତି ।

ଗଭୀର ସମୁଦ୍ର ଅନ୍ଧକାରମୟ

ପବିତ୍ର କୁରିଆନ ଗଭୀର ସମୁଦ୍ର ମଧ୍ୟରେ ଥିବା ଘନ ଅନ୍ଧକାର ସମ୍ପର୍କରେ ସୂଚନା ଦେଇ କହୁଛି –

“ଅଥବା (ଅବିଶ୍ୱାସକାରୀମାନଙ୍କ ଅବସ୍ଥା) ଗଭୀର ସମୁଦ୍ରର ଘନ ଅନ୍ଧକାର ପରି, ଯେଉଁଠି ତରଙ୍ଗ ଉପରେ ତରଙ୍ଗ ସମାଚ୍ଛନ୍ନ, ଉପରେ ମେଘମାଳା, ଗୋଟିଏ ପରେ ଆଉ ଗୋଟିଏ ଘନ । ଅନ୍ଧକାର (ସ୍ତର), ଜଣେ ଲୋକ ହାତ ବଢ଼ାଇଲେ (ନିଜେ) ତାହାକୁ ଦେଖିପାରିବ ନାହିଁ, କାରଣ ଅଲ୍ଲାହ ଯାହାକୁ ଆଲୋକ ପ୍ରଦାନ ନ କରନ୍ତି, ତା’ ପାଇଁ କୌଣସି ଆଲୋକ ନାହିଁ । ” (କୁଆନ, ୨୪ : ୪୦)

ଗଭୀର ସମୁଦ୍ରର ୨୦୦ ମିଟର ତଳେ ଅନ୍ଧକାର ଥାଏ । ସୂର୍ଯ୍ୟାଲୋକରେ ଥିବା ସାତଗୋଟି ରଙ୍ଗ ମଧ୍ୟରୁ ଅଧୁକାଂଶ ରଙ୍ଗ ପ୍ରାୟ ୨୦୦ ମିଟର ମଧ୍ୟରେ ବିଲୀନ ହୋଇଯାଏ । ସମୁଦ୍ରର ୧୦ ରୁ ୧୫ ମିଟର ଗଭୀରତା ମଧ୍ୟରେ ଥିବା ଜଳ ଆଲୋକର ନାଲି ରଙ୍ଗ ଶୋଷିନିଏ । ୩୦ରୁ ୫୦ ମିଟର ତଳେ କମଳା ରଙ୍ଗ, ୫୦ ରୁ ୧୦୦ ମିଟର ମଧ୍ୟରେ ହଳଦିଆ ରଙ୍ଗ, ୧୦୦ ରୁ ୨୦୦ ମିଟର ମଧ୍ୟରେ ସବୁଜ ଏବଂ ୨୦୦ ମିଟର ପରେ ନୀଳରଙ୍ଗ ବିଲୀନ ହୋଇଯାଏ । ଏହିପରି ଗୋଟିକ ପରେ ଗୋଟିଏ କ୍ରମାଗତ ଭାବରେ ସାତୋଟି ରଙ୍ଗ ୧୦୦୦ ମିଟର ମଧ୍ୟରେ ସମ୍ପୂର୍ଣ୍ଣ ବିଲୀନ ହୋଇଯାଏ । ତେଣୁ ସମୁଦ୍ରର ୧୦୦୦ ମିଟର ତଳେ ସମ୍ପୂର୍ଣ୍ଣ ଅନ୍ଧାର ଥାଏ । (Oceans, Elder and Pernetta, p. 27.)

image-2

କିଙ୍ଗ୍ ଅଭୁଲ୍ ଅଜିଜ୍ ବିଶ୍ୱବିଦ୍ୟାଳୟ, ଜେଦାର ମେରାଇନ୍ ଜିଓଲୋଜିର ଅଧ୍ୟାପକ ଦୁର୍ଜା ରାଓଙ୍କୁ କୁରିଆନରେ ଥିବା ଉପରୋକ୍ତ ସୂଚନା ସମ୍ପର୍କରେ ମତାମତ ଦେବାପାଇଁ ଅନୁରୋଧ କରାଯାଇଥିଲା । ପ୍ରଫେସର ରାଓ ଉତ୍ତର ଦେଲେ

“ଏକଥା କଳ୍ପନା କରିବା କଷ୍ଟକର ଯେ, ପ୍ରାୟ ୧୪୦୦ ବର୍ଷ ପୂର୍ବେ ଏ ଧରଣର ଜ୍ଞାନର ଅସ୍ତିତ୍ବ ଥିଲା । କେତେକ ବିଷୟରେ ସେମାନଙ୍କର ସାଧାରଣ ଧାରଣା ଥାଇପାରେ, କିନ୍ତୁ ସେଗୁଡ଼ିକ ବିଷୟରେ ସବିଶେଷ ବର୍ଣନା କରିବା ଅତି କଷ୍ଟକର । ତେଣୁ ନିଶ୍ଚିତ ଭାବରେ ଏହା କୌଣସି ମଣିଷର ଜ୍ଞାନ ନୁହେଁ । ଜଣେ ସାଧାରଣ ମଣିଷ ଏହି ଘଟଣାଗୁଡ଼ିକୁ ଏମିତି ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କରିନପାରେ । ତେଣୁ ମୁଁ ଭାବୁଛି ଏହି ତଥ୍ୟ ନିଶ୍ଚିତ ଭାବରେ ଏକ ଅଲୌକିକ ସୂତ୍ରରୁ ଆସିଛି ।” (6)

(6) “It is difficult to imagine that this type of knowledge was existing at that time, around 1400 years back. May be some of the things they have simple idea about, but to describe those things in great detail is very difficult. So this is definitely not simple human knowledge. A normal human being cannot explain this phenomenon in that much detail. So, I thought the information must have come from a supernatural source.” (Prof. Durja Rao, Department of Marine Geology, King Abdul Aziz University, Jeddah, Saudi Arabia)

ଜୀବ ଓ ଜଡ଼ଜଗତର ଯୁଗଳ ସୃଷ୍ଟି

ପବିତ୍ର କୁଆନ କହେ – “ପରମ ପବିତ୍ର ସେହି ସଭା, ଯିଏ ସମସ୍ତ ବସ୍ତୁର ଯୋଡ଼ି ସୃଷ୍ଟି କରିଛନ୍ତି, ତାହା) ପୃଥିବୀ ଉତ୍ପନ୍ନ କରୁଥିବା ବସ୍ତୁ ହେଉ, ସେମାନେ ନିଜେ ହୁଅନ୍ତୁ, ଏବଂ ଅନ୍ୟାନ୍ୟ ପଦାର୍ଥ ହେଉ ଯାହାକୁ ସେମାନେ ଜାଣିନାହାନ୍ତି ।” (କୁରିଆନ, ୩୬ : ୩୬)

କୁରିଆନ ଅନୁସାରେ ସୃଷ୍ଟିର ପ୍ରତ୍ୟେକ ସଜୀବ ଓ ନିର୍ଜୀବ ଯୋଡ଼ା ଯୋଡ଼ା ହୋଇ ସୃଷ୍ଟି ହୋଇଛନ୍ତି । ମଣିଷ, ପଶୁପକ୍ଷୀ, ଉଭିଦ, କୀଟପତଙ୍ଗ ସମସ୍ତଙ୍କ ମଧ୍ୟରେ ଅଣ୍ଡିରା ଓ ମାଈ ଅଛନ୍ତି । ବିଦ୍ୟୁତ୍ ଶକ୍ତିରେ ଯାହାକି ସପ୍ତମ ଶତାବ୍ଦୀରେ ଆବିଷ୍କୃତ ହୋଇନଥିଲା, ନେଗେଟିଭ ଓ ପଜିଟିଭ ଉଭୟ ଚାର୍ଜ ରହିଛି । ସୃଷ୍ଟିର ପ୍ରତ୍ୟେକ ପଦାର୍ଥ ଏପରିକି ପ୍ରତ୍ୟେକ ଅଣୁରେ ମଧ୍ୟ ଉଭୟ ଇଲୋକ୍ଟ୍ରୋନ୍ ଓ ପ୍ରୋଟିନ୍ ରହିଛି । ବ୍ରିଟୀଶ ବୈଜ୍ଞାନିକ Paul Dirac ପଦାର୍ଥ (Matter) ଯୁଗଳଭାବେ ସୃଷ୍ଟି ହୋଇଛି ବୋଲି ଆବିଷ୍କାର କରିଥିଲେ ଏବଂ ୧୯୩୩ରେ ସେ ନୋବେଲ ପୁରସ୍କାର ପାଇଥିଲେ ।

ଏଭଳି ଏକ ବୈଜ୍ଞାନିକ ତଥ୍ୟ ସମ୍ବନ୍ଧରେ ନିର୍ଭୁଲ ତଥ୍ୟ ଦେବା ସପ୍ତମ ଶତାବ୍ଦୀର କୌଣସି ବୈଜ୍ଞାନିକ ପକ୍ଷରେ ମଧ୍ୟ ସମ୍ଭବ ନଥିଲା । ତେଣୁ କୁଆନ ଯେ ଦୈବୀ ସୂତ୍ରରୁ ଆସିଛି, ଏଥିରେ ସନ୍ଦେହ ନାହିଁ ।

ସନ୍ତାନର ଲିଙ୍ଗପାଇଁ ପୁରୁଷ ଦାୟୀ

ଅଧକାଂଶ ଦମ୍ପତି ନିଜ ପାଇଁ କନ୍ୟାସନ୍ତାନ ତୁଳନାରେ ପୁତ୍ରସନ୍ତାନ ପସନ୍ଦ କରନ୍ତି । ଅନେକ ସ୍ଥଳରେ କନ୍ୟାସନ୍ତାନଟିଏ ଜନ୍ମ ହେଲେ ଶାଶୁମାନେ ବୋହୁକୁ କଟୁକଥା କହନ୍ତି, ସତେଯେମିତି କନ୍ୟାସନ୍ତାନ ପାଇଁ ବୋହ ଦାୟୀ । କିନ୍ତୁ କୁରିଆନ ଏବଂ ବିଜ୍ଞାନ ଉଭୟ କୁହନ୍ତି, ସନ୍ତାନର ଲିଙ୍ଗ ପୁରୁଷର ଶୁକ୍ରକୋଷ ନିର୍ଦ୍ଧାରଣ କରେ ଏବଂ ସ୍ତ୍ରୀର ଡିମ୍ବାଣୁର ଏଥିରେ କୌଣସି ନିର୍ଣ୍ଣୟାତ୍ମକ ଭୂମିକା ନଥାଏ ।

ପୁରୁଷର ଶୁକ୍ରାଣୁରେ ‘XY’ କ୍ରୋମୋଜମ୍ ଏବଂ ସ୍ତ୍ରୀର ଡିମ୍ବାଣୁରେ ‘XX’ କ୍ରୋମୋଜମ୍ ଥାଏ, ‘X’ କ୍ରୋମୋଜରେ କନ୍ୟା ଓ ‘Y’ କ୍ରୋମୋଜରେ ପୁତ୍ର ଧାରଣ କରିବାର କ୍ଷମତା ଥାଏ ।

ସ୍ତ୍ରୀର ଦୁଇଟିଯାକ କ୍ରୋମୋଜମ୍ ‘XX’ ଥିବାବେଳେ ପୁରୁଷର ଉଭୟ କ୍ରୋମୋଜମ୍ ଭିନ୍ନ ଭିନ୍ନ ଅର୍ଥାତ୍ ‘X’ ଏବଂ ‘Y ଥାଏ । ସ୍ତ୍ରୀ ଏବଂ ପୁରୁଷର କ୍ରୋମୋଜ ପରସ୍ପର ସହ ମିଳନ ହେଲେ ସନ୍ତାନ ସୃଷ୍ଟି ହୁଏ । ଯଦି ସ୍ତ୍ରୀର ଡିମ୍ବାଣୁରେ ଥିବା ‘X’ କ୍ରୋମୋଜର ପୁରୁଷ ଶୁକ୍ରାଣୁରେ ଥିବା ‘X’ କ୍ରୋମୋଜମ୍ ସହ ମିଳନ ହେଲା ତେବେ କନ୍ୟାସନ୍ତାନ ହୁଏ ଏବଂ ଯଦି ଏହାର ପୁରୁଷର ‘Y’ କ୍ରୋମୋଜମ୍ ସହ ମିଳନ ହେଲା ତେବେ ପୁତ୍ରସନ୍ତାନ ହୁଏ । ଅର୍ଥାତ୍ ସନ୍ତାନର ଲିଙ୍ଗ ପୁରୁଷ ଶୁକ୍ରାଣୁରେ ଥିବା କ୍ରୋମୋଜ ଉପରେ ନିର୍ଭର କରେ, କାରଣ ତା’ କ୍ରୋମୋଜରେ ପୁତ୍ର ଓ କନ୍ୟା ଉଭୟ ଧାରଣ କରିବାର ସାମର୍ଥ୍ୟ ଥାଏ । ଏହି ସତ୍ୟର ସୂଚନା ଦେଇ କୁରିଆନ କହେ –

“ଏବଂ ସେ ହିଁ ଯୁଗଳ ରୂପେ ମାଈ ଓ ଅଣ୍ଡିରା ସୃଷ୍ଟି କରିଛନ୍ତି ନିକ୍ଷିପ୍ତ କରାଯାଉଥିବା ଗୋଟିଏ ବିନ୍ଦୁ ବୀର୍ଯ୍ୟରୁ । ଯେତେବେଳେ ଏହା ନିକ୍ଷିପ୍ତ ହୁଏ ।” (କୁରିଆନ, ୫୩ : ୪୫-୪୬)

କୁରିଆନ ଏଠାରେ ନିକ୍ଷିପ୍ତ କରାଯାଇଥିବା ବୀର୍ଯ୍ୟ କଥା କହୁଛି, ଯାହା କେବଳ ପୁରୁଷ ଦ୍ୱାରା ହିଁ ହୁଏ ।

ଏହି ଶ୍ଳୋକ ଆଉ ଗୋଟିଏ କଥାର ସୂଚନା ଦେଉଛି ଯେ, ପୁତ୍ର ବା କନ୍ୟା ମାତୃଗର୍ଭରେ ନିକ୍ଷିପ୍ତ ହୋଇଥିବା ସମସ୍ତ ଶୁକ୍ରରୁ ନୁହେଁ, ବରଂ ଏହାର ଗୋଟିଏ ଅଂଶରୁ ଜାତ ହୁଏ, ଯାହାକୁ କୁରିଆନ ଟୋପାଏ ଶୁକ୍ର ବୋଲି କହିଛି ।

ସହବାସରେ ପ୍ରାୟ ୨୫୦ ନିୟୁତ ଶୁକ୍ରାଣୁ ପୁରୁଷ ଦ୍ଵାରା ନିର୍ଗତ ହୁଏ । କିନ୍ତୁ ଡିମ୍ବାଶୟ ପର୍ଯ୍ୟନ୍ତ ପ୍ରାୟ ୧୦୦୦ ଶୁକ୍ରକୀଟ ପହଞ୍ଚିବାକୁ ସମର୍ଥ ହୁଅନ୍ତି । ବାକିତକ ବାଟରେ ମରିଯାଆନ୍ତି । ଏମାନଙ୍କ ମଧ୍ୟରେ ଥିବା ମାତ୍ର ଗୋଟିଏ ଶୁକ୍ରକୀଟ ଦ୍ଵାରା ମାନବଭୃଣ ଗଠିତ ହୁଏ । କୁରିଆନ ଅନ୍ୟ ଏକ ସ୍ଥାନରେ ମଧ୍ୟ ଟୋପାଏ ଶୁକୁ କଥା କହିଛି –

“କ’ଣ ମଣିଷ ଭାବୁଛି ଯେ ତାକୁ ଏମିତି ଅଙ୍କୁଶବିହୀନ ଭାବେ ଛାଡ଼ି ଦିଆଯିବ ? କ’ଣ ସେ (ମାତୃଗର୍ଭରେ) ନିକ୍ଷିପ୍ତ ହୋଇଥିବା ଗୋଟିଏ ବୀର୍ଯ୍ୟ ବିନ୍ଦୁ ନଥ୍ୟଲା ? ପୁଣି ସେ ରକ୍ତପିଣ୍ଡରେ ପରିଣତ ହେଲା, ଏହାପରେ (ଅଲ୍ଲାହ) ତାକୁ ଗଢ଼ିଲେ ଏବଂ ପୂର୍ଣ୍ଣାବୟବ କଲେ ।” (କୁଆନ, ୭୫ : ୩୬-୩୮)

ଟିପଚିହ୍ନ ପରିଚୟପତ୍ର

ପ୍ରତ୍ୟେକ ବ୍ୟକ୍ତିର ଟିପଚିହ୍ନ ସ୍ୱତନ୍ତ୍ର । ଦୁଇଜଣଙ୍କର ଟିପଚିହ୍ନ କେବେହେଲେ ମିଶେନାହିଁ । ଏପରିକି ଦୁଇଟି ଯାଆଁଳା ପିଲାଙ୍କର ଟିପଚିହ୍ନ ମଧ୍ୟ ପରସ୍ପର ସହ ମେଳ ଖାଏନାହିଁ । ଏହା ସ୍ରଷ୍ଟାଙ୍କର ଏକ ବିସ୍ମୟକର ସୃଷ୍ଟି ଯେ, ମଣିଷର ପରିଚୟ ତା’ ଆଙ୍ଗୁଠି ଟିପ ମଧ୍ୟରେ ରଖିଦିଆଯାଇଛି । ଏହି କାରଣରୁ ମଣିଷର ଟିପଚିହ୍ନ ସାରା ବିଶ୍ୱରେ ଏକ ନିର୍ଭରଯୋଗ୍ୟ ପରିଚୟପତ୍ରର ଭୂମିକା ଗ୍ରହଣ କରିଛି । ଆଧୁନିକ ବାରକୋଡ୍ ବ୍ୟବସ୍ଥା ସହିତ ଏହାର ତୁଳନା କରାଯାଇପାରେ ।

ଟିପଚିହ୍ନ ମାଧ୍ୟମରେ ପରିଚୟ ଜାଣିବାର ବୈଜ୍ଞାନିକ ପଦ୍ଧତି ୧୮୮୦ ମସିହାରେ ସାର୍ ଫ୍ରାନ୍ସିସ୍ ଗୋଲଙ୍କ ଗବେଷଣା ପରେ ପ୍ରଚଳିତ ହେଲା । କିନ୍ତୁ ପବିତ୍ର କୁରିଆନ ଚଉଦଶହ ବର୍ଷ ପୂର୍ବରୁ ଏହାର ସୂଚନା ଦେଇ କହିଛି –

“କ’ଣ ମଣିଷ ମନେକରୁଛି ଯେ ଆସ୍ତେ ତା’ ହାଡ଼ଗୁଡ଼ିକୁ ଏକତ୍ର କରିପାରିବୁ ନାହିଁ ? ନା, ନା ! ଆମେ ତ ତା’ ଆଙ୍ଗୁଠିଗୁଡ଼ିକୁ ମଧ୍ୟ ଅବିକଳ ଗଢ଼ିଦେବାକୁ ସମର୍ଥ ।” (କୁଆନ, ୭୫ : ୩-୪)

ଅଦୁଲ୍ଲାହ ୟୁସୁଫ ଅଲି ଦ୍ବିତୀୟ ବାବ୍ୟଟିକୁ ଏଇଭଳି ଅନୁବାଦ କରିଛନ୍ତି —”Nay, we are able to put together in perfect order the very tips of his fingers.”

କର୍ମଫଳ ଭୋଗ କରିବାପାଇଁ ଈଶ୍ଵରଙ୍କ ଅନ୍ତିମ ବିଚାରଦିନ ମଣିଷ ପୁନର୍ଜୀବିତ ହେବ । କିନ୍ତୁ ନାସ୍ତିକମାନେ କହୁଥିଲେ ଯେ, ହାଡ଼ମାଂସ ମାଟିରେ ମିଶିଗଲା ପରେ ମଣିଷ ପୁଣି କିପରି ପୁନର୍ଜୀବିତ ହେବ ଏବଂ ତାକୁ କିପରି ଚିହ୍ନଟ କରାଯାଇପାରିବ ? ଏହାର ଉତ୍ତରରେ କୁଆନ ଉପରୋକ୍ତ କଥା କହିଛି । ଅର୍ଥାତ୍ ହାଡ଼ମାଂସକୁ ଯୋଡ଼ିଦେବା କେଉଁ ବଡ଼କଥା, ତୁମମାନଙ୍କର ଟିପଚିହ୍ନ ଥିବା ଆଙ୍ଗୁଳିଗୁଡ଼ିକୁ ମଧ୍ୟ ପୂର୍ବଭଳି ପୁନଃ ସ୍ଥାପିତ କରି ଦିଆଯିବ । ତୁମମାନଙ୍କୁ ପୁନର୍ବାର ସୃଷ୍ଟି କରିବା ଏବଂ ଠିକ୍ ଠିକ୍ ଚିହ୍ନଟ କରିବା ସ୍ରଷ୍ଟାଙ୍କ ପକ୍ଷରେ ଖୁବ୍ ସହଜ ।

କୁରିଆନ ସମ୍ପର୍କରେ ବିଶିଷ୍ଟ ବୈଜ୍ଞାନିକମାନଙ୍କର ମତାମତ

କୁରିଆନରେ ଥିବା କେତୋଟି ତଥ୍ୟ ସମ୍ପର୍କରେ ଆମେ ଆଲୋଚନା କଲୁ । କୌଣସି ଘଟଣାର ବୈଜ୍ଞାନିକ ଆବିଷ୍କାରର ଅନେକ ଶହ ବର୍ଷ ପୂର୍ବରୁ ଏ ବିଷୟରେ କୁରିଆନ ନିର୍ଭୁଲ ରୂପେ ବର୍ଣ୍ଣନା କରିବା ଆଶ୍ଚର୍ଯ୍ୟର କଥା ନୁହେଁ କି ? ଯେଉଁମାନେ ମହାମାନ୍ୟ ମୁହମ୍ମଦଙ୍କୁ କୁଆନର ରଚୟିତା ବୋଲି ଆରୋପ କରିଛନ୍ତି, ସେମାନେ ବିଚାର କରିବା ଉଚିତ ଯେ ମହାମାନ୍ୟ ମୁହମ୍ମଦ ନିରକ୍ଷର ଥିଲେ । ଏହି ତଥ୍ୟଗୁଡ଼ିକ ବିଷୟରେ ୧୪୦୦ ବର୍ଷ ପୂର୍ବେ ନିର୍ଭୁଲ ଖବରଦେବା କୌଣସି ମହାବୈଜ୍ଞାନିକ ପକ୍ଷରେ ମଧ୍ୟ ସମ୍ଭବପର ନଥିଲା ।

ବିଶ୍ବର ମହାନ ବୈଜ୍ଞାନିକମାନଙ୍କୁ କୁରିଆନରେ ବର୍ଣ୍ଣିତ ଏହି ତଥ୍ୟଗୁଡ଼ିକ ଆଶ୍ଚର୍ଯ୍ୟଚକିତ କରିଛି ଏବଂ ସେମାନେ କୁଆନ ମାନବ ରଚନା ନୁହେଁ ବୋଲି ସ୍ବୀକାର କରିଛନ୍ତି । ଥାଇଲାଣ୍ଡର ସିୟାଙ୍ଗ ମାୟ ବିଶ୍ବବିଦ୍ୟାଳୟର ଆନାଟୋମୀ ବିଭାଗର ଅଧ୍ୟକ୍ଷ ପ୍ରଫେସର ତେଜାତାତ୍ ତେଜାସେନ୍ ରିୟାଦଠାରେ ଅନୁଷ୍ଠିତ ଅଷ୍ଟମ ମେଡ଼ିକାଲ୍ କଭେନ୍ସରେ କୁଆନର ବୈଜ୍ଞାନିକ ଚମତ୍କାରିତା ଦ୍ଵାରା ପ୍ରଭାବିତ ହୋଇ ଇସ୍‌ଲାମ ଗ୍ରହଣ କଲେ । କଭେନ୍ସରେ ଉଦ୍‌ବୋଧନ ଦେଇ ସେ କହିଥିଲେ –

“ବିଗତ ତିନିବର୍ଷ ମଧ୍ୟରେ ମୁଁ କୁରିଆନ ପ୍ରତି ଆଗ୍ରହୀ ହେଲି । ମୋ ଅଧ୍ୟୟନରୁ ଏବଂ ଯାହା ମୁଁ ଏହି ସମ୍ମିଳନୀ ମାଧ୍ୟମରେ ଜାଣିଲି, ମୋର ବିଶ୍ବାସ ଯେ ଚଉଦଶହ ବର୍ଷ ପୂର୍ବେ କୁରିଆନରେ ଉଲ୍ଲିଖିତ ହୋଇଥିବା ପ୍ରତ୍ୟେକ କଥା ଅବଶ୍ୟ ସତ୍ୟ ଯାହାକୁ ବୈଜ୍ଞାନିକ ଉପାୟରେ ପ୍ରମାଣିତ କରାଯାଇପାରିବ । ଯେହେତୁ ମୁହମ୍ମଦ ଲେଖାପଢ଼ା ଜାଣିନଥିଲେ, ମୁହମ୍ମଦ ଅବଶ୍ୟ ଜଣେ ବାର୍ଭାବହ ଯିଏ ସ୍ରଷ୍ଟାଙ୍କ ଦ୍ଵାରା ତାଙ୍କ ପ୍ରତି ଜ୍ଞାନାଲୋକ ରୂପେ ପ୍ରକଟିତ ହୋଇଥିବା ଏହି ସତ୍ୟକୁ ପ୍ରସାରିତ କଲେ । ଏହି ସ୍ରଷ୍ଟା ଅବଶ୍ୟ ଈଶ୍ଵର ବା ଅଲ୍ଲାହ । ତେଣୁ ମୁଁ ଭାବୁଛି – ‘ଲାଇଲାହ-ଅଲ୍ଲାହଙ୍କ ବ୍ୟତୀତ କେହି ଉପାସ୍ୟ ନୁହେଁ ଏବଂ ମୁହମ୍ମଦ ରସୁଲୁଲ୍ଲାହ-ମୁହମ୍ମଦ ଅଲ୍ଲାହଙ୍କ ବାର୍ତ୍ତାବହ” କହିବାର ଏହା ପ୍ରକୃଷ୍ଟ ସମୟ । ଏହି ସ୍ଥାନକୁ ଆସି ମୁଁ ଯେଉଁ ଅମୂଲ୍ୟ ବସ୍ତୁଟି ପାଇଲି, ତାହା ହେଉଛି ‘ଲାଇଲାହ ଇନ୍ହଲ୍ଲାହ ମୁହମ୍ମଦୁର ରସୁଲୁଲ୍ଲାହ’ । ଅର୍ଥାତ୍ ମୁସଲମାନ ହେଲି ।”(7)

(7) “In the last three years, I became interested in the Qur’an… From my studies and what I have learned throughout this conference, I believe that everything that has been recorded in the Qur’an fourteen hundred years ago must be the truth, that can be proved by the scientific means. Since the Prophet Muhammad could neither read nor write, Muhammad must be a messenger who relayed this truth which was revealed to him as an enlightenment by the one who is eligible Creator. This Creator must be God, or Allah. Therefore, I think this is the time to say La ilaha illa Allah, there is no god to worship except Allah (God), Muhammad Rasool Allah, Muhammad is Messenger of Allah….

The most precious thing of all that I have gained by coming to this place (Conference) is “La ilaha illa Allah, Muhammed-ur-Rasul Allah and to have become Muslim.” (Prof. Tejatat Tejasen, Chairman, Department of Anatomy and former Dean of the faculty of Medicine, University of Chiang Mai, Thailand)

ସେହିପରି ୧୯୮୧ ରେ ସପ୍ତମ ମେଡିକାଲ କନ୍‌ଫରେନ୍ସରେ କାନାଡ଼ାର ଟରେକ୍ଟୋ ବିଶ୍ଵବିଦ୍ୟାଳୟର ଜୀବତତ୍ତ୍ବବିତ୍ ପ୍ରଫେସର କିଥ ମୁର କହିଲେ–

“ମାନବର ବିକାଶ ପ୍ରକ୍ରିୟା ସମ୍ପର୍କରେ କୁରିଆନରେ ଥିବା ବକ୍ତବ୍ୟଗୁଡ଼ିକର ପୃଷ୍ଟିକରଣରେ ସହାୟତା କରିବା ମୋ ପାଇଁ ଅତି ଆନନ୍ଦର ବିଷୟ । ମୋ ପ୍ରତି ଏହା ସ୍ପଷ୍ଟ ହୋଇଯାଇଛି ଯେ ଏହି ବକ୍ତବ୍ୟଗୁଡ଼ିକ ନିଶ୍ଚୟ ଈଶ୍ଵର ବା ଅଲ୍ଲାହଙ୍କ ନିକଟରୁ ମୁହମ୍ମଦଙ୍କ ପାଖକୁ ଆସିଛି, କାରଣ ପ୍ରାୟ ସବୁଗୁଡ଼ିକର ଜ୍ଞାନ ପରବର୍ତ୍ତୀ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ଆବିଷ୍କୃତ ହୋଇନଥିଲା । ଏହା ପ୍ରମାଣିତ କରେ ଯେ, ମୁହମ୍ମଦ ନିଶ୍ଚୟ ଈଶ୍ବର ବା ଅଲ୍ଲାହଙ୍କର ଜଣେ ବାର୍ଭାବହ । ‘(8)

(8) “It has been a great pleasure for me to help clarify statements in the Qur’an about human development. It is clear to me that these statements must have come to Muhammad from God, or Allah, because almost all of this knowledge was not discovered until many centuries later. This proves to me that Muhammad must have been a messenger of God, or Allah.” (Prof. L.Keith Moore, Professor Emeritus, Department of Anatomy & Cell Biology, University of Toronto)

ଜାପାନର ମହାକାଶବିଜ୍ଞାନୀ ଡଃ ୟୋସିଦ୍ କୁସାନ୍ କୁହନ୍ତି

“କୁରିଆନରେ ଜ୍ୟୋତିବିଜ୍ଞାନ ସମ୍ବନ୍ଧୀୟ ନିର୍ଭୁଲ ତଥ୍ୟଗୁଡ଼ିକ ଦେଖି ମୁଁ ଅତିଶୟ ପ୍ରଭାବିତ ହୋଇଛି ଏବଂ ଆମେ ଜାଣୁ ଯେ ଆଧୁନିକ ଜ୍ୟୋର୍ତିବିଜ୍ଞାନୀମାନେ ବ୍ରହ୍ମାଣ୍ଡର ଅତି କ୍ଷୁଦ୍ର ଅଂଶ ଉପରେ ଅଧ୍ୟୟନ କରିଆସୁଛନ୍ତି । ଆମ ପ୍ରଚେଷ୍ଟାକୁ ଆମେ ଅତି କ୍ଷୁଦ୍ରଭାଗ ମଧ୍ୟରେ କେନ୍ଦ୍ରୀଭୂତ କରିଛୁ, କାରଣ ଦୂରବୀକ୍ଷଣ ଯନ୍ତ୍ର ଦ୍ଵାରା ଆମେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ବିଷୟରେ କଳ୍ପନା ନକରି କେବଳ ଏହାର ଆକାଶର କିଛି ଅଂଶକୁ ଦେଖିପାରୁଛୁ । ତେଣୁ ମୁଁ ଭାବୁଛି କୁରିଆନର ଅଧ୍ୟୟନ ଦ୍ବାରା ଏବଂ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବାଦ୍ବାରା ମୁଁ ଭବିଷ୍ୟତରେ ବ୍ରହ୍ମାଣ୍ଡ ବିଷୟରେ ଅନୁସନ୍ଧାନ କରିବାପାଇଁ ପଥ ପାଇପାରିବି ।”(9)

ସମୁଦ୍ରବିଜ୍ଞାନୀ ପ୍ରଫେସର ଉଇଲିୟମ୍ ହେ କୁହନ୍ତି –

“ଏଇ ଧରଣର ସୂଚନା କୁରିଆନ ଭଳି ପ୍ରାଚୀନ ଗ୍ରନ୍ଥରେ ରହିଥିବା ମୋତେ ଭାରି କୌତୁହଳଜନକ ଲାଗୁଛି ଏବଂ ଏଗୁଡ଼ିକ ସେଠାକୁ କିପରି ଆସିଲା ଏହା ଜାଣିବାର ମୋ ପାଖରେ କୌଣସି ବାଟ ନାହିଁ । କିନ୍ତୁ ମୁଁ ଭାବୁଛି ଏହା ଅତିଶୟ କୌତୂହଳଜନକ ଯେ, ସେଗୁଡ଼ିକ ସେଥିରେ ଅଛି ଏବଂ ଏଭଳି କାର୍ଯ୍ୟ କୁରିଆନର ଅନେକ ଶ୍ଳୋକର ଅର୍ଥ ଆବିଷ୍କାର କରିବ ।”

କୁରିଆନର ରଚୟିତା କିଏ ବୋଲି ପ୍ରଶ୍ନ କରାଯିବାରୁ ପ୍ରଫେସର ହେ ଉତ୍ତର ଦେଲେ

“ମୁଁ ଭାବୁଛି ଏହା ନିଶ୍ଚୟ ଐଶ୍ବରୀୟ ସଭା ।”(10)

(9) “I say, I am very much impressed by finding true astronomical facts in Qur’an, and for us the modern astronomers have been studying very small piece of the universe. We concentrated our efforts for understanding of very small part. Because by using telescopes, we can see only very few parts of the sky without thinking about the whole universe. So by reading Qur’an and by answering to the questions, I think I can find my future way for investigation of the universe.” (Dr. Yoshihide Kusan, Director of the National Astronomical Observatory, Tokyo, Japan)

(10) “I find it very interesting that this sort of information is in the ancient scriptures of the Holy Qur’an, and I have no way of knowing where they would have come from. But I think it is extremely interesting that they are there and this work is going on to discover it, the meaning of some of the passages.” And when he was asked about the source of the Qur’an, he replied, “Well, I would think it must be the divine being.” (William Hay, Professor of Oceanogprahy, University of Colorado, Boulder, Colorado, USA.)

କାନାଡ଼ାର ମାନିଟୋବା ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଟି.ଭି.ଏନ୍. ପରସଦ କୁହନ୍ତି –

“ମୋର ମନେହୁଏ ଯେ ମୁହମ୍ମଦ ଜଣେ ଅତି ସାଧାରଣ ବ୍ୟକ୍ତି ଥିଲେ, ଯିଏ ପଢ଼ି ବା ଲେଖି ପାରୁନଥିଲେ ଏବଂ ପ୍ରକୃତରେ ନିରକ୍ଷର ଥିଲେ । ଆମେ ୧୪୦୦ବର୍ଷ ପୂର୍ବକଥାର ଆଲୋଚନା କରୁଛୁ । ଆପଣ ଦେଖୁଛନ୍ତି ଯେ, ଜଣେ ନିରକ୍ଷର ବ୍ୟକ୍ତି ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟଗୁଡ଼ିକ ବିଷୟରେ ଆଶ୍ଚର୍ଯ୍ୟଜନକ ରୂପେ ଅତି ନିର୍ଭୁଲ ଘୋଷଣା କରୁଛନ୍ତି । ମୁଁ ନିଜେ ଜାଣିପାରୁ ନାହିଁ ଯେ ଏହା କେବଳ ଆକସ୍ମିକ ଭାବରେ କିପରି ସମ୍ଭବ (କାରଣ) ବହୁତ ନିର୍ଭୁଲ ତଥ୍ୟ ରହିଛି ଏବଂ ଡକ୍ଟର ମୁଙ୍କ ପରି ମୋର ଏଥିରେ ସମ୍ମତ ହେବାରେ କୌଣସି ଅସୁବିଧା ନାହିଁ ଯେ ତାଙ୍କର (ମୁହମ୍ମଦଙ୍କର) ବକ୍ତବ୍ୟଗୁଡ଼ି କ ଦୈବୀପ୍ରେରଣ ବା ଦୈବୀବାଣୀ ବଳରେ ଦିଆଯାଇଛି ।”(11)

(11) “It seems to me that Muhammad was a very ordinary man, he couldn’t read, didn’t know how to write, in fact he was an illiterate… We’re talking about 1400 years ago, you have some illiterate person making profound statements that are amazingly accurate, of a scientific nature… I personally can’t see how this could be mere chance, there are too many accuracies and like Dr. Moore, I have no difficulty in my mind reconciling that this is a divine inspiration or revelation which lead him to these statements.” (Prof. T.V.N.Persaud, Professor of Anatomy, and Professor of Paediatrics and Child Health, University of Manitoba, Winnipeg, Manitoba, Canada) [Video clips of the scientists can be watched at the website www.Islam-guide.com]

ମରିସ୍ ବୁକା ଏଙ୍କ କୁରିଆନ ଉପରେ ଗବେଷଣା

। ଡକ୍ଟର ମରିସ୍ ବୁକାଏ ପ୍ୟାରିସ୍ ବିଶ୍ଵବିଦ୍ୟାଳୟର ଫ୍ରେଞ୍ଚ ଏକାଡେମୀ ଅଫ୍ ମେଡ଼ିସିର ଜଣେ ସଭ୍ୟ । କୁରିଆନରେ ଥିବା ଗୋଟିଏ ବାକ୍ୟ ପଢ଼ି ସେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ବାକ୍ୟଟିରେ ମିଶରର ଜଣେ ଦୁରାଚାରୀ ଶାସକର ଶବକୁ ସଂରକ୍ଷିତ ରଖିବାର ପ୍ରତିଶ୍ରୁତି ରହିଛି ।

“କିନ୍ତୁ ଆଜି ଆମ୍ଭେ ତୋ ଶରୀରକୁ ଉଦ୍ଧାର କରିବୁ ଯଦ୍ୱାରା ଏହା ତୋର ପରବର୍ତ୍ତୀ ଲୋକମାନଙ୍କ ପାଇଁ ଏକ ଶିକ୍ଷାର ପ୍ରତୀକ ହୋଇରହିବ ଏବଂ ଅଧ କାଶ ଲୋକ ଆମ୍ଭ ନିଦର୍ଶନଗୁଡ଼ିକ ପ୍ରତି (ଆଦୌ) ଧାନ ଦେଉନାହାନ୍ତି ।” (କୁରିଆନ, ୧୦ : ୯୨)

ରୋ (Pharaoh) ନାମକ ଏହି ଅତ୍ୟାଚାରୀ ଶାସକ ବିଷୟରେ ଉଭୟ କୁରିଆନ ଓ ବାଇବରେ ବର୍ଣ୍ଣନା କରାଯାଇଛି । ସେ ପ୍ରଜାମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର କରୁଥିଲା ଏବଂ ଈଶ୍ଵରଦୂତ ମହାମାନ୍ୟ ମୁସାଙ୍କୁ ଧରିବା ପାଇଁ ଯିବା ସମୟରେ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଥିଲା । କୁରିଆନ କହିଲା ଯେ, ବୁଡ଼ିଯାଇଥିବା ସର୍ଭେ ତା’ ଶବ ସୁରକ୍ଷିତ ରହିବ । ସେହି ଫାରୋର ଶବ ବର୍ତ୍ତମାନ କାଏରୋ ମ୍ୟୁଜିୟମ୍ବର ରୟାଲ ମମି ହରେ ସଂରକ୍ଷିତ ରହିଛି । ଡଃ ବୁକାଏ ଯେହେତୁ ଜଣେ ଖ୍ରୀଷ୍ଟିୟାନ୍ ଥିଲେ, ବାଇବଲରେ ଏହି ଘଟଣା ବିଷୟରେ ପଢ଼ିଥିଲେ । ସେ ଆଶ୍ଚର୍ଯ୍ୟ ହେଲେ ଯେ, କୁରିଆନ ଈଶ୍ଵରଦୂତ ମହାମାନ୍ୟ ମୁସା କାଳର ଜଣେ ଶାସକର ଶବ ବିଷୟରେ ଏଭଳି କଥା କିପରି କହିପାରେ ? ତେଣୁ ସେ ନିଜେ ଯାଇ କାଏରୋ ମ୍ୟୁଜିୟମ୍ରେ ଥିବା ପ୍ୟାରୋର ଶବକୁ ପରୀକ୍ଷା କଲେ । କୁରିଆନର ସତ୍ୟତା ଦ୍ୱାରା ସେ ଏଭଳି ପ୍ରଭାବିତ ହେଲେ ଯେ ପଚାଶବର୍ଷ ବୟସରେ ସେ ଆରବୀ ଭାଷା ଶିଖି କୁରିଆନର ସମ୍ପୂର୍ଣ୍ଣ ଅଧ୍ୟୟନ କଲେ । ତା’ପରେ ସେ ଇସଲାମ ଉପରେ ଗବେଷଣା କରି ୧୯୭୬ରେ ନିଜର ପ୍ରସିଦ୍ଧ ପୁସ୍ତକ “The Bible, The Quran and Science” ଲେଖିଲେ । ଏହି ପୁସ୍ତକରେ ଡଃ ବୁକାଏ କୁଆନ ଓ ବାଇବଲ୍ ଉପରେ ବିଭିନ୍ନ ଦିଗରୁ ବିଶେଷକରି ବୈଜ୍ଞାନିକ ଦୃଷ୍ଟିକୋଣରୁ ତୁଳନାତ୍ମକ ଆଲୋଚନା କରିଛନ୍ତି ଏବଂ ନିଜ ପୁସ୍ତକରେ ସେ ଏହା ପ୍ରମାଣିତ କରିଛନ୍ତି ଯେ କୁରିଆନ ସମ୍ପୂର୍ଣ୍ଣ ବିଜ୍ଞାନସମ୍ମତ ଏବଂ ଏଥିରେ କୌଣସି ବୈଜ୍ଞାନିକ ତ୍ରୁଟି ନାହିଁ । ଡକ୍ଟର ବୁକାଏ କହନ୍ତି –

“ପ୍ରଥମେ ମୋର ଇସଲାମରେ ବିଶ୍ବାସ ନଥିଲା । ମୁଁ ସମ୍ପୂର୍ଣ୍ଣ ଖୋଲା ମନରେ ଏବଂ ସମ୍ପୁର୍ଣ୍ଣ ନିରପେକ୍ଷ ଭାବେ (କୁରିଆନର) ଲେଖାଗୁଡ଼ିକୁ ପରୀକ୍ଷା କରିବା ଆରମ୍ଭ କଲି ।”

“କୁଆନକୁ ପଢ଼ିବା ଏବଂ ଏହାର ସମାଲୋଚନାମୂଳକ ଅଧ୍ୟୟନ ପାଇଁ ଦରକାର ହେଉଥିବା ବିଭିନ୍ନ ଭାଷ୍ୟଗୁଡ଼ିକ ସାହାଯ୍ୟରେ ଏହାର ପ୍ରତିଟି ବାକ୍ୟକୁ ବିଶ୍ଳେଷଣ କରିବା ମୋର ପ୍ରଥମ ଲକ୍ଷ୍ୟ ଥିଲା ।”

“ବାଇବରେ ବଡ଼ ଧରଣର ତ୍ରୁଟି ରହିଥିବାବେଳେ ମୁଁ କୁରିଆନରେ ଗୋଟିଏ ହେଲେ ତ୍ରୁଟି ଖୋଜିପାଇଲି ନାହିଁ । ଟିକିଏ ରହି ମୁଁ ନିଜକୁ ପଚାରିଲି ଯଦି ଜଣେ ମଣିଷ କୁରିଆନର ସ୍ରଷ୍ଟା ହୁଏ, ତେବେ କିପରି ସେ ସପ୍ତମ ଶତାବ୍ଦୀରେ ଏଭଳି ତଥ୍ୟଗୁଡ଼ିକ ଲେଖୁଥିବ ଯାହାକି ଆଜିର ଆଧୁନିକ ବିଜ୍ଞାନଦ୍ୱାରା ସମ୍ପୂର୍ଣ୍ଣ ସମର୍ଥିତ ?

ମୁହମ୍ମଦଙ୍କୁ କୁରିଆନର ଲେଖକ ବୋଲି ମନେ କରୁଥିବା ଲୋକମାନଙ୍କର ଅନୁମାନ ଯଥାର୍ଥ ନୁହେଁ ବୋଲି ଉପରୋକ୍ତ ପର୍ଯ୍ୟବେକ୍ଷଣ ପ୍ରମାଣିତ କରୁଛି । ଜଣେ ନିରକ୍ଷର ବ୍ୟକ୍ତି କିପରି ସମଗ୍ର ଆରବ ସାହିତ୍ୟ ଜଗତରେ ସାହିତ୍ୟିକ ମୂଲ୍ୟବୋଧ ଭିତ୍ତିକ ଏକ ମହାନ ଗ୍ରନ୍ଥ ଲେଖିଦେଇପାରିବ ? କିପରି ସେ ବୈଜ୍ଞାନିକ ପ୍ରକୃତିର କୌଣସି ସତ୍ୟର ଘୋଷଣା କରିପାରିବ, ଯାହାକି ସେ ସମୟରେ କୌଣସି ମଣିଷ ଦ୍ଵାରା ଜାଣିବା ସମ୍ଭବ ନଥିଲା ଏବଂ ତାହା ମଧ୍ୟ ବିଷୟବସ୍ତୁରେ ଥରେ ହେଲେ ସାମାନ୍ୟ ତ୍ରୁଟି ନ କରି ?”(12)

କୁରିଆନରେ ଥିବା ଯେଉଁ ବୈଜ୍ଞାନିକ ତଥ୍ୟଗୁଡ଼ିକ ସମ୍ପର୍କରେ ଆମେ ଆଲୋଚନା କଲୁ, ସେଗୁଡ଼ିକୁ ନିର୍ଭୁଲ ଭାବରେ ଜାଣିବା ସପ୍ତମ ଶତାବ୍ଦୀର କୌଣସି ମଣିଷ ପକ୍ଷରେ ସମ୍ଭବ ନଥିଲା । ଏହା ସ୍ପଷ୍ଟ ରୂପେ ପ୍ରମାଣିତ କରେ ଯେ, ପବିତ୍ର କୁରିଆନ ମହାମାନ୍ୟ ମୁହମ୍ମଦଙ୍କ ନିଜ ସୃଷ୍ଟି ନୁହେଁ, ଏହା ଈଶ୍ବରବାଣୀ ।

(12) “In the beginning I had no faith whatsoever in Islam. I began this examination of the texts with a completely open mind and a total objectivity….”

“My first goal was to read the Qur’an and to make a sentence by-sentence analysis of it with the help of various commentaries essential to critical study…..?

“Whereas monumental errors are to be found in the Bible, I could not find a single error in the Qur’an. I had to stop and ask myself: if a man was the author of the Qur’an, how could he have written facts in the Seventh century A.D that today are shown to be in keeping with modern scientific knowledge ?…”

“The above observation makes the hypothesis advanced by those who see Muhammad as the author of the Qur’an quite untenable. How could a man, from being illiterate, become the most important author, in terms of literary merit, in the whole of Arabic literature? How could he then pronounce truths of a scientific nature that no other human being could possibly have developed at the time, and all this without once making the slightest error in his pronouncements on the subject ? (Dr. Maurice Bucaille, The Bible, the Qur’an and Science, Idara Isha’at-e-Diniyat, New Delhi, 2002, pp.119-125)

ସମ୍ପୂର୍ଣ୍ଣ ପୁସ୍ତକ ଡାଉନଲୋଡ୍ କରନ୍ତୁ: PDF (700 KB)